Previous
Download for
Laptop |
Tablet |
SmartPhone |
BasicPhone
This app works offline; all videos are included within the app.
ମହିଳାମାନେ ଶପଥ କରନ୍ତୁ ଯେ ଯେତେବେଳେ ତାଙ୍କର ବୋହୂ ଗର୍ଭଧାରଣ କରନ୍ତି ସେମାନେ ତାଙ୍କର ସବୁ ପ୍ରକାରେ ଯତ୍ନ ନେବେ, ତାଙ୍କୁ ପୋଷକତତ୍ୱଯୁକ୍ତ ଖାଦ୍ୟ ଯଥା ସବୁଜ ପନିପରିବା, ଡାଲି, ଅଣ୍ଡା, କ୍ଷୀର ଏବଂ ଫଳ ଆଦି ଯଥେଷ୍ଟ ପରିମାଣରେ ଖାଇବାକୁ ଦେବେ ସେମାନେ ଆୟୋଡିନ୍ଯୁକ୍ତ ଲୁଣରେ ରନ୍ଧା ଯାଇଥିବା ଖାଦ୍ୟ ତାଙ୍କୁ ପରଷି ଦେବେ ଓ ତାଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ଟାବ୍ଲେଟ୍ ଦେବେ
ଯୁବକମାନେ ଶପଥ କରିବେ ଯେ ଗର୍ଭଧାରଣ ସମୟରେ ମହିଳାମାନଙ୍କର ସବୁ ପ୍ରକାର ଯତ୍ନ ନେବେ ସେମାନେ ସୁନିଶ୍ଚିତ କରିବେ ଯେ ସେ ଠିକ୍ ସମୟରେ ଖାଆନ୍ତି ଓ ଯଥେଷ୍ଟ ବିଶ୍ରାମ ପାଆନ୍ତି ସାତ ମାସ ପରଠାରୁ ସେମାନେ ସୁନିଶ୍ଚିତ କରିବେ ଯେ ତାଙ୍କର ଶିଶୁ ସ୍ତନ୍ୟପାନ ଜାରି ରଖିବା ସହିତ ଘରେ ରନ୍ଧା ଯାଇଥିବା ବିଭିନ୍ନ ପ୍ରକାରର ପୋଷଣତତ୍ୱଯୁକ୍ତ ଖାଦ୍ୟ ଖାଉଛି
ମହିଳାମାନେ ଶପଥ କରିବେ ଯେ ସେମାନେ ତାଙ୍କର ନବଜାତ ଶିଶୁକୁ ପ୍ରଥମ ମୋଟା କ୍ଷୀର (କୋଲଷ୍ଟ୍ରମ୍) ଖୁଆଇବେ ଏବଂ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ ତାଙ୍କ ଶିଶୁକୁ କେବଳ ମାଆ କ୍ଷୀର ଖାଇବାକୁ ଦେବେ ଯେତେବେଳେ ଶିଶୁ ସାତ ମାସରେ ପ୍ରବେଶ କରେ, ମାଆ କ୍ଷୀର ସହିତ ଶିଶୁକୁ ଘରେ ତିଆରି କରାଯାଉଥିବା ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଦେବେ
18 ବର୍ଷ ବୟସରୁ କମ୍ ବୟସର ଝଇ ଶାରୀରିକ ଓ ମାନସିକ ଭାବରେ ଗୋଟିଏ ମାଆର ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ନ ଥାନ୍ତି ଏହି ଦୃଶ୍ୟପଟରେ ତାଙ୍କର ଶିଶୁ କ୍ଷେତ୍ରରେ ସଦାସର୍ବଦା ଅପପୁଷ୍ଟିର ଆଶଙ୍କା ରହିଥାଏ ତେଣୁ ଦୟାକରି ଝଇକୁ ଅତି କମ୍ରେ 18 ବର୍ଷ ନ ହେବା ପର୍ଯ୍ୟନ୍ତ ତା’ର ବିବାହ ବିଷୟରେ ବିଚାର କରନ୍ତୁ ନାହିଁ
ପିତାମାତା ଶପଥ କରନ୍ତୁ ଯେ ସେମାନେ ଝଇ 18 ବର୍ଷର ନ ହେବା ପର୍ଯ୍ୟନ୍ତ ବିବାହ ଦେବେ ନାହିଁ ଏବଂ ଏହା ସହିତ ସେମାନେ ସୁନିଶ୍ଚିତ କରିବେ ଯେ ତାଙ୍କ ଝଇର ଭବିଷ୍ୟତ ଅପପୁଷ୍ଟିରୁ ସୁରକ୍ଷିତ ରହିଛି
ଯୁବକମାନେ ଶପଥ ନେବେ ଯେ ସେମାନେ ୧୮ ବର୍ଷର କମ୍ ବୟସର ଝିଅକୁ ବିବାହ କରିବେ ନାହିଁ, ଯାହାଫଳରେ ତାଙ୍କ ଶିଶୁର ଭବିଷ୍ୟତ ଅପପୁଷ୍ଟିରୁ ସୁରକ୍ଷିତ ରହିବ।
ସରପଞ୍ଚ (ଗ୍ରାମର ମହିଳା ମୁଖିଆ) ଶପଥ ନେବେ ଯେ ଗ୍ରାମରେ ୧୮ ବର୍ଷରୁ କମ୍ ବୟସର କୌଣସି ଝିଅ ବିବାହ କରିବେ ନାହିଁ, ଯାହାଫଳରେ ଗ୍ରାମର କୌଣସି ଶିଶୁ ଅପପୁଷ୍ଟିରେ ଆକ୍ରାନ୍ତ ନ ହେବା ସୁନିଶ୍ଚିତ କରାଯାଇପାରିବ।
ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟିର ଲକ୍ଷଣ ଓ କ୍ଷତିକାରକ ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗୋଷ୍ଠୀକୁ ଅପପୁଷ୍ଟି ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ଜଣେ କିପରି ସହଜ କାର୍ଯ୍ୟ ଦ୍ବାରା ଅପପୁଷ୍ଟି ପ୍ରତିହତ କରିପାରିବ ବୁଝାଇ ଦେବା।
ଏହା ବ୍ୟାପକ ଗୋଷ୍ଠୀ ହିତରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ।
ପ୍ରସ୍ତୁତ କରିଛନ୍ତି: ୟୁନିସେଫ୍ ଓ ଅନ୍ୟ ବିକାଶ ଅଂଶିଦାରଙ୍କ ସକ୍ରିୟ ସହାୟତା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ