Next
Download for
Laptop |
Tablet |
SmartPhone |
BasicPhone
This app works offline; all videos are included within the app.
ବାରମ୍ବାର ଅସୁସ୍ଥ ହେଉଥିବା, ସହଜରେ କ୍ଲାନ୍ତ ହୋଇପଡ଼ୁଥିବା ଓ ବୁଝିବା ପାଇଁ ଅଧିକ ସମୟ ନେଉଥିବା ପିଲାମାନେ ଅପପୁଷ୍ଟିରେ ଆକ୍ରାନ୍ତ ହୋଇଥାଇପାରନ୍ତି
ଶିଶୁଟିଏ ମାତୃଗର୍ଭରେ ସଂସ୍ଥାପିତ ହେବା ଠାରୁ ଦୁଇ ବର୍ଷର ହେବା ପର୍ଯ୍ୟନ୍ତ ଅପପୁଷ୍ଟିରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ ଶିଶୁର ଦର୍ଘକାଳୀନ ବିକାଶ ଓ ଅଭିବୃଦ୍ଧି ପାଇଁ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କୁପୋଷଣ ଜନ୍ମ ପୂର୍ବରୁ ଆରମ୍ଭ ହୋଇଥାଏ, ସାଧାରଣତଃ କିଶୋର ଅବସ୍ଥା ଏବଂ ବୟସ୍କ ହେବା ପର୍ଯ୍ୟନ୍ତ, ଏପରିକି ସମଗ୍ର ପିଢ଼ି ପର୍ଯ୍ୟନ୍ତ ବ୍ୟାପିଯାଇପାରେ ଏହା ବହୁ ସମୟରେ ଅପରିବର୍ତ୍ତନୀୟ ହୋଇଥାଏ ମାଆର ସ୍ୱାସ୍ଥ୍ୟ, ଶିଶୁର ସ୍ୱାସ୍ଥ୍ୟ ଏବଂ ବଞ୍ଚି ରହିବାରେ ଯେଉଁ ଅବହେଳା ଯୋଗୁଁ ଅପରିବର୍ତ୍ତନୀୟ ପୁନଃପୌନିକ ଅଭିବୃଦ୍ଧି ଓ ବିକାଶର ଅଭାବ ଦେଖାଦେଇଥାଏ ସେସବୁ ଏଡ଼ାଇବା ପାଇଁ, ଯଥାଶୀଘ୍ର ସମ୍ଭବ ଜୀବନଚକ୍ର ବ୍ୟାପି ଅପପୁଷ୍ଟି ପ୍ରତିହତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ
ମଲା ଚାରା ଗଛଟିଏ ଯେପରି ଘଞ୍ଚ ସବୁଜ ଗଛର ରୂପ ନେଇପାରେ ନାହିଁ ଏବଂ ଉପଯୁକ୍ତ ଯତ୍ନ ଓ ପୋଷଣ ଯଥା ମାଟି, ପାଣି, ତାଜା ପବନ ଏବଂ ସୂର୍ଯ୍ୟ କିରଣ ବ୍ୟତୀତ ସାଧାରଣ ଭାବରେ ବଢ଼ିପାରେ ନାହିଁ, ଠିକ୍ ସେହିପରି ଉପଯୁକ୍ତ ଯତ୍ନ ଓ ପୋଷଣ ବ୍ୟତୀତ ଶିଶୁଟିଏ ସୁସ୍ଥ ବ୍ୟକ୍ତିରେ ବିକଶିତ ହୋଇପାରେ ନାହିଁ
ଏକ ମାଟି ମାଠିଆ ଭାଙ୍ଗିଗଲେ ଯେପରି ଆଉ ଯୋଡି ହୁଏ ନାହିଁ, ଠିକ୍ ସେହିପରି ଶୈଶବ ଅବସ୍ଥାରେ ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁ କ୍ଷେତ୍ରରେ ହେଉଥିବା କ୍ଷତି ସୁଧାରି ହୁଏ ନାହିଁ
ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟିର ଲକ୍ଷଣ ଓ କ୍ଷତିକାରକ ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗୋଷ୍ଠୀକୁ ଅପପୁଷ୍ଟି ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ଜଣେ କିପରି ସହଜ କାର୍ଯ୍ୟ ଦ୍ୱାରା ଅପପୁଷ୍ଟି ପ୍ରତିହତ କରିପାରିବ ବୁଝାଇ ଦେବା
ଏହା ବ୍ୟାପକ ଗୋଷ୍ଠୀ ହିତରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ
ପ୍ରସ୍ତୁତ କରିଛନ୍ତି: ୟୁନିସେଫ୍ ଓ ଅନ୍ୟ ବିକାଶ ଅଂଶିଦାରଙ୍କ ସକ୍ରିୟ ସହାୟତା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ